fbpx

ଆପଣଙ୍କ ଶରୀରର ଓଜନ ବୃଦ୍ଧି କରିବାକୁ ଚାହୁଁଥିଲେ ଜାଣି ରଖନ୍ତୁ କିଛି ଟିପ୍ସ

ଆଜିକାଲିର ଯୁବ ପିଢ଼ିମାନେ ଓଜନ ହ୍ରାସ କରିବା ପାଇଁ ଲାଗିଛନ୍ତି । ସମସ୍ତେ ପ୍ରାୟେ ଜିରୋ ଫିଗର କରିବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଅତ୍ୟନ୍ତ ପତଳା ହେବା ଶରୀର ପାଇଁ ବେଶ କ୍ଷତିକାରକ ହୋଇଥାଏ । କାରଣ ଅତ୍ୟନ୍ତ ପତାଳା ହେଲେ ଅତ୍ୟଧିକ କାର୍ଯ୍ୟ କରିଲେ ଥକା ଲାଗିଥାଏ । ପତଳା ହେବା ପାଇଁ ବହୁ ପ୍ରକାର ଉପାୟ ରହିଛି । ସେହିପରି ନିଜର ଓଜନ ବୃଦ୍ଧି କରିବା ପାଇଁ ମଧ୍ୟ ବହୁ ଉପାୟ ରହିଛି । ଓଜନ ବୃଦ୍ଧି କରିବାକୁ ହେଲେ ଖାଦ୍ୟ ଉପରେ ନଜର ରଖିବାକୁ ହେବ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଗୁଡ଼ିକ ଅବଲମ୍ବନ କଲେ ଶରୀରର ଓଜନ ବୃଦ୍ଧି ପାଇଥାଏ ।

-ରାତିରେ ଶୋଇଲା ବେଳେ ଅଳ୍ପ ଖାଦ୍ୟ ଓ ଗୋଟେ ଗ୍ଲାସ ଖୀର ପିଅନ୍ତୁ । ମନେ ରଖନ୍ତୁ କେବେ ଖାଇବା ପୂର୍ବରୁ ପାଣି ପିଅନ୍ତୁ ନାହିଁ । କାରଣ ପାଣି ପଇବା ଦ୍ୱାରା ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ ।
-ପ୍ରତିଦିନ ଖୀର ସହ କଦଳୀ ଖାଆନ୍ତୁ । ଏଥିରୁ ହାଇ ପ୍ରୋଟିନ ମିଳିଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ଓଜନ ବୃଦ୍ଧି ପାଇଥାଏ ।
-ଯଦି ଆପଣ କଫି ପିଉଛନ୍ତି ତେବେ ସେଥିରେ କ୍ରିମ ମିଶାଇ ପିଅନ୍ତୁ । କୋଲ୍ଡ କଫି ସବୁଠାରୁ ଭଲ ହୋଇଥାଏ ।
-ପ୍ରତିଦିନ ଚକଲେଟ ସେକ ପିିଇଲେ ମଧ୍ୟ ଓଜନ ବୃଦ୍ଧି ପାଇଥାଏ ।ଏହାସହ ଖାଇବାରେ ସାଲାଡ଼ ଆଡ଼ କରନ୍ତୁ । କାଜୁ ଓ ବାଦାମ ଖାଆନ୍ତୁ ।
-ଦିନକୁ ଆବଶ୍ୟକୀୟ ପରିମାଣର ଶୁଅନ୍ତୁ । ରାତିରେ ଶୀଘ୍ର ଶୋଇ ସକାଳୁ ଉଠନ୍ତୁ । ଏହାସହ ସକାଳ ବ୍ରେକଫାଷ୍ଟ ଭଲଭାବେ କରନ୍ତୁ ।

Get real time updates directly on you device, subscribe now.