fbpx

ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ, ୨୫ା୧୨(ଓଡ଼ିଶା ଭାସ୍କର): ଆସନ୍ତାକାଲି ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯିବ । ଆସନ୍ତାକାଲି ସକାଳ ୮ଟା ୨୦ରୁ ୧୧ଟା ୨୯ଯାଏ ସୂର୍ଯ୍ୟୋପରାଗ ରହିଛି । ଗ୍ରହଣ ସ୍ପର୍ଶର ୧୨ଘଣ୍ଟା ଆଗରୁ ପାକ ନିଷେଧ ହେବ । ଆଜି ରାତି ୮ଟା ୨୦ ପରଠୁ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଇଁ ଆଜି ରାତିସାରା ଶ୍ରୀମନ୍ଦିର ଖୋଲା ରହିବ । ସୂର୍ଯ୍ୟୋପରାଗ ସମୟରେ ମହାପ୍ରଭୁଙ୍କ ନୀତି ପ୍ରଭାବିତ ହେବ ନାହିଁ ବୋଲି ସୂଚନା ମିଳିଛି ।


ଏବର୍ଷର ଶେଷ ସୂର୍ୟ୍ୟପରାଗ ଭାରତ, ସାଉଦିଆରବ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ସୁମାତ୍ରା, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର ଏବଂ ଗୁଆମରେ ନଜର ଆସିବ। ଏହା ବ୍ୟତୀତ ଏସିଆ,ଅଷ୍ଟେଲିଆ ଏବଂ ଆଫ୍ରିକାର ଅନ୍ୟ ଅଞ୍ଚଳରେ ଏହା ଆଂଶିକ ଗ୍ରହଣ ଭଳି ଦେଖାଯିବ। । ଏହାପରେ ଆସନ୍ତା ସୂର୍ୟ୍ୟପରାଗ ୨୦୨୦ ଜୁନ୍ ୨୧ ତାରିଖରେ ପଡିବ ।ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୬ ଓ ଜୁଲାଇ ୨ରେ ଆଂଶିକ ସୂର୍ୟ୍ୟପରାଗ ହୋଇଥିଲା ।

Get real time updates directly on you device, subscribe now.