fbpx

ସ୍ତ୍ରୀଙ୍କ ସହ ଝଗଡ଼ାରୁ ବିରକ୍ତ ହେବା ପରେ ସ୍ୱାମୀ ହେଲେ କିନ୍ନର, ପୁଣି ନେଲେ ଏମିତି ପଦକ୍ଷେପ

ପାରିବାରିକ କଳହରୁ କାରଣରୁ କେହି ଆତ୍ମହତ୍ୟ କରିବା ବା ଘରଛାଡି ପଳାଇବା କଥା ତ ଶୁଣିଥିବେ । କିନ୍ତୁ ପତ୍ନୀର ଗାଳିରୁ ବିରକ୍ତ ହୋଇ କେହି କିନ୍ନର ହେବା କଥା ଶିଣୁଛନ୍ତି କି? ଆଶ୍ଚର୍ଯ୍ୟ ହେଲେ ବି କଥା ସତ । ଏମିତି ଏକ ଘଟଣା ଘଟିଛି ରାଜସ୍ଥାନର ଯୋଧପୁରରେ ଘଟିଯାଇଛି, ଯେଉଁଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଉପରେ ରାଗି କିନ୍ନର ହୋଇଯାଇଛନ୍ତି ।

ଯୋଦ୍ଧପୁରରେ ଜଣେ ସ୍ୱାମୀ ନିଜର ଲିଙ୍ଗ ପରିବର୍ତ୍ତନ କରିବା ସହିତ ସ୍ତ୍ରୀଙ୍କୁ ଝାଡ଼ପତ୍ର ଦେଇଛନ୍ତି । ସ୍ତ୍ରୀ-ସ୍ୱାମୀଙ୍କ ସହମତିରେ ଫ୍ୟାମିଲି କୋର୍ଟରେ ତାଙ୍କର ଛାଡ଼ପତ୍ର ହୋଇଛି । ମହିଳାଙ୍କ ପକ୍ଷରୁ ୩ ବର୍ଷ ପୂର୍ବରୁ ଛାଡ଼ପତ୍ର ମାମଲା ଦାୟର କରାଯାଇଥିଲା । ଏହା ପରେ କୋର୍ଟ ପୂରା ମାମଲା ଶୁଣାଇବା ପରେ ଲୋକ ଅଦାଲତ ମାଧ୍ୟମରେ ଉଭୟ ପକ୍ଷର ଛାଡ଼ପତ୍ର ହୋଇଥିଲା ।

ମହିଳାଙ୍କ କହିବା ମୁତାବକ, ବାହାଘରର କିଛିଦିନ ପରେ ସ୍ୱାମୀଙ୍କ ବ୍ୟବହାର ବଦଳିଯାଇଥିଲା । ପରେ ମହିଳାଙ୍କୁ ଜଣାପଡିଲା ଯେ ବାହାଘର ପରେ ତାଙ୍କ ସ୍ୱାମୀ ଲିଙ୍ଗ ପରିବର୍ତ୍ତନ କରାଇ କିନ୍ନର ହୋଇଯାଇଛନ୍ତି । ଏହା ପରେ ସେ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଅନ୍ୟପଟେ ସ୍ୱାମୀ ଜଣକ କହିଛନ୍ତି ଯେ, ସ୍ତ୍ରୀ ସହ ଝଗଡ଼ା କରିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି । ତେବେ ଦୁହିଁଙ୍କ ବାହାଘର ୧୩ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୭ ଅକ୍ଟୋବର ୨୫ ଅଜମେରରେ ହୋଇଥିଲା । ବାହାଘର ପରେ ୧୫ ଏପ୍ରିଲ ୨୦୦୯ରେ ଏହି ଯୋଡିଙ୍କର ଏକ ଶିଶୁପୁତ୍ର ମଧ୍ୟ ହୋଇଥିଲା ।

Get real time updates directly on you device, subscribe now.