fbpx

ସିଲିଣ୍ଡର ସହ ‘ସାପ’ର ହୋମ୍ ଡେଲିଭରି

ଯଦି ଆପଣ ଆଜିକାଲି ଏଲପିଜି ଗ୍ୟାସ ସିଲିଣ୍ଡରର ହୋମ୍ ଡେଲିଭରି ନେଉଛନ୍ତି, ତେବେ ସାବଧାନ୍ ହୁଅନ୍ତୁ । ଏଣିକି ସିଲିଣ୍ଡର ସହ ସାପ ବି ହୋମ୍ ଡେଲିଭରି ହେଇଯାଉଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ଯାହାକି ହରିୟାଣାର ଫତେହାବାଦରେ ଘଟିଯାଇଛି ।

ତେବେ ଫତେହାବାଦର ପ୍ରଭାକର କଲୋନୀରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଗୋଟିଏ ଗ୍ୟାସ ସିଲିଣ୍ଡରର ହୋମ୍ ହେଲିଭରି କରାଯାଇଥିଲା । କିନ୍ତୁ ସିଲିଣ୍ଡରର ତଳେ ଗୋଟିଏ ସାପ ଗୁଡାଇ ହୋଇ ରହିଥିବା ଦେଖି ପରିବାର ଲୋକେ ଛାନିଆ ହୋଇଥିଲେ । ସିଲିଣ୍ଡରକୁ ଅଣାଇବାରୁ ସେଠାରେ ଏକ ସାପ ଫନ୍ଦାରେ ଗୁଡାଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା ଓ ସେମାନେ ସିଲିଣ୍ଡରଠାରୁ ଦୂରେଇ ରହିଥିଲେ । ପରେ ବନ୍ୟଜନ୍ତୁ ସଂରକ୍ଷକ ଡ଼ ଗୋପୀ ଆସି ସାପଟିକୁ ସିଲିଣ୍ଡରରୁ ବାହାର କରି ଜଙ୍ଗଲରେ ଛାଡିଦେଇଥିଲେ ।

ତେବେ ବର୍ଷା ଋତୁରେ ଏପରି ସମସ୍ୟା ପ୍ରାୟତଃ ଦେଖିବାକୁ ମିଳିଥାଏ । ଏନେଇ ସିଲିଣ୍ଡର ବା ଅନ୍ୟ ସାମଗ୍ରୀ ହୋମ୍ ଡେଲିଭରି କରିବା ସମୟରେ ସତର୍କ ରୁହନ୍ତୁ । ଘରକୁ ନେବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରନ୍ତୁ ।

Get real time updates directly on you device, subscribe now.