fbpx

ହୀରାକୁଦରୁ ପାଣି ଛାଡିବା ପରେ ସମ୍ବଲପୁରରେ ବନ୍ୟା ପରିସ୍ଥିତି

ସମ୍ବଲପୁର,୨୮ ।୮(ଓଡିଶା ଭାସ୍କର): ହୀରାକୁଦରୁ ପାଣି ଛାଡିବା ପରେ ସମ୍ବଲପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ତଳିଆ ଅଞ୍ଚଳଗୁଡିକରେ ବନ୍ୟା ପାଣି ପଶିଯାଇଛି । ବନ୍ୟା ପାଣି ଯୋଗୁଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ସେପଟେ ପାଣି ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପମାନ ଗ୍ରହଣ କରାଯାଇଛି ।

ତେବେ ହୀରାକୁଦ ଜଳଭଣ୍ଡାରରୁ ଏବେ ୪୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଆଜି ଗୋଟିଏ ଦିନରେ ୨୦ଟି ଗେଟ ଖୋଲାହେଲାଣି । ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ସେଠାରେ ଜଳସ୍ତର ୬୨୫.୪୫ ଫୁଟ ରହିଛି ।

Get real time updates directly on you device, subscribe now.