fbpx

ଏନସିବିର ଯାଞ୍ଚରେ ଅନେକ ବଲିଉଡ ତାରକାମାନଙ୍କ ନାଁ ନେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ,୭ ।୯: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସକୁ ନେଇ ଏବେ ଛାନଭିନ୍ କରୁଛି ଏନସିବି । ଆଜି ଦ୍ୱିତୀୟ ଦିନ ପାଇଁ ଏନସିବି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ଜାରି ରଖିଛି । ଏହା ମଧ୍ୟରେ ରିୟାଙ୍କ ଭାଇ ସୌଭିକ ସମେତ ୭ ଜଣ ଗିରଫ ହୋଇସାରିଛନ୍ତି । ରବିବାର ଦିନ ରିୟାଙ୍କ ଏନସିବି ପ୍ରାୟ ୬ ଘଣ୍ଟା ଧରି ଜେରା କରିଥିବା ବେଳେ ତାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା ।

ତେବେ ରିୟା ଚକ୍ରବର୍ତ୍ତୀ ଅନେକ ବଲିଉଡ ତାରକାଙ୍କ ନାଁ ନେଇଛନ୍ତି । ସେ ଏହାର ସୂଚନା ଏନସିବିକୁ ଦେଇଛନ୍ତି । କିନ୍ତୁ ରିୟା କେଉଁ ସେଲିବ୍ରିଟମାନଙ୍କର ନାଁ ନେଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ରିୟା ଏନସିବିକୁ କହିଛନ୍ତି ଯେ, ‘ସୁଶାନ୍ତ ୨୦୧୬ରୁ ଡ୍ରଗ୍ସ ନେଉଥିଲେ । ସାରାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ କେଦାରନାଥର ସୁଟିଂ ବେଳେ ବି ସୁଶାନ୍ତ ନିଜ କୋ-ଷ୍ଟାରଙ୍କ ସହ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ । ସୁଶାନ୍ତ ନିଶ୍ଚିତ କରିଥିଲେ ଯେ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ତାଙ୍କ ଷ୍ଟାଫର ଜଣେ ସଦସ୍ୟ ।’

କିନ୍ତୁ ରିୟା ଚକ୍ରବର୍ତ୍ତୀଙ୍କ କଥା କେତେ ସତ, ତାହା ଯାଞ୍ଚ ପରେ ହିଁ ଜଣାପଡିବ ।

Get real time updates directly on you device, subscribe now.