fbpx

ଗୋରା ହେବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ଆଜିର ଯୁଗରେ କିଏ ବା ଗୋରା ହେବାକୁ ନଚାହେଁ। ଏଥିପାଇଁ ସମସ୍ତେ କିଛି ନା କିଛି ଉପାୟ ଅବଲମ୍ବନ କରିଥାଆନ୍ତି। ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର କ୍ରିମ୍ ମିଳୁଛି । ଏଗୁଡ଼ିକ ଲଗାଇଲେ ଗୋରାପଣ ଆସିବ ମନେ କରି ସମସ୍ତେ ଏହି କ୍ରିମ୍ ଆଣୁଛନ୍ତି। କିନ୍ତୁ ଏପରି କିଛି ହୋଇନଥାଏ। ଏସବୁ ଲଗାଇବା ଦ୍ବାରା ଆପଣଙ୍କ ତ୍ବଚା ଖରାପ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା ଗୋରା ହେବାର କିଛି ଘରୋଇ ଉପାୟ ବିଷୟରେ..

ଏଥିପାଇଁ ଆପଣଙ୍କୁ ଏକ ମିଶ୍ରଣ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ଏହି ମିଶ୍ରଣକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଭିଟାମିନ୍-ଇ କ୍ୟାପସୁଲ,ମହୁ,ଲେମ୍ବୁ,ଚାଉଳର ଅଟା ଏବଂ ଗୋଲାପ ଜଳର ଆବଶ୍ୟକତା ପଡ଼ିବ। ପ୍ରଥମେ ଆପଣ ଏକ ପାତ୍ରରେ ଦୁଇଟି ଭିଟାମିନ୍-ଇ କ୍ୟାପସୁଲକୁ ଫଟାଇ ଏହାର ତେଲ ବାହାର କରନ୍ତୁ। ଏହାପରେ ଏଥିରେ ଆପଣ ଅଧା ଚାମଚ ମହୁ ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏଥିରେ ଚାଉଳ ଅଟା ମିଶାଇ ୧ଚାମଚ ଗୋଲାପ ଜଳ ମିଶାଇ ଫେଣ୍ଟି ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ନିଜ ତ୍ବଚାରେ ୧୫ମିନିଟ୍ ଲଗାଇ ଛାଡ଼ିଦିଅନ୍ତୁ। ଏହାପରେ ଆପଣଙ୍କ ମୁହଁକୁ ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ। ଏପରି ନିୟମିତ ୧୦ଦିନ କଲେ ଆପଣ ଫରକ ଅନୁଭବ କରିପାରିବେ।

Get real time updates directly on you device, subscribe now.