fbpx

ସମୁଦ୍ର କୂଳେ ଦେଖାଗଲା ବିରଳ ସମୁଦ୍ର ଜୀବ, ଫଟୋ ଭାଇରାଲ

ସମୁଦ୍ରରେ ଅନେକ ଏପରିବି ଜୀବ ଅଛନ୍ତି, ଯାହା ବିଷୟରେ ବର୍ତ୍ତମାନ ସୁଦ୍ଧା ମଣିଷ ପାଖରେ ସୂଚନା ନାହିଁ । ପ୍ରାୟତଃ ଏପରି କିଛି ଜୀବ ସମୁଦ୍ର କୂଳକୁ ଆସିଥାନ୍ତି, ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ । ସେହିପରି ନିକଟରେ ଏକ ଅଜବ ସମୁଦ୍ର ଜୀବର ଭିଡିଓ ଭାଇରାଲ ହେଉଛି । ଏହି ଜୀବ ଗୋସେନେକ୍ ବାର୍ନାକଲ ପ୍ରଜାତିର ହୋଇଥିବା ବେଳେ ମାର୍ଟିନ ଗ୍ରୀନ୍ ନାମକ ଜଣେ ବ୍ୟକ୍ତି ଏହି ଫଟୋକୁ ଫେସବୁକରେ ପୋଷ୍ଟ କରିଥିଲେ । ତେବେ ଗତକାଲି ୱେଲ୍ସ ବେଳାଭୂମିରେ ଏହି ଜୀବକୁ ଦେଖିବାକୁ ମିଳିଥିଲା ।

ନିକଟରୁ ଦେଖିଲେ ଗୋଟିଏ କାଠରେ ହଜାର ହଜାର ଏହି ବିରଳ ଜୀବ ଖୁନ୍ଦି ହୋଇ ରହିଥିବାର ଦେଖିବାକୁ ମିଳିବ । ଇଣ୍ଟରନେଟରେ ଏହି ବିରଳ ଜୀବକୁ ଦେଖି ଅନେକ ଲୋକ ଭୟଭୀତ ହୋଇଛନ୍ତି ।

Get real time updates directly on you device, subscribe now.