fbpx

ଗାଁର ଜଙ୍ଗଲରେ ଦେଖାଗଲା ଆଲୋକ ଦେଉଥିବା ଦୁର୍ଲଭ ଛତୁ

ଆପଣ ତ ବହୁ ପ୍ରକାରର ଛତୁ ଖାଇଥିବେ ବା ଦେଖିଥିବେ । କିନ୍ତୁ କେବେ ଆଲୋକ ଦେଉଥିବା ଛତୁ ବିଷୟରେ ଶୁଣିଛନ୍ତି କି ଦେଖିଛନ୍ତି କି? କିନ୍ତୁ ବାସ୍ତବରେ ଆଲୋକ ଦେଉଥିବା ଛତୁ ରହିଛି, ଯାହାର ନାମ ଲ୍ୟୁବିନିସେଣ୍ଟ ରଖାଯାଇଛି । ଗୋଆର ଜଙ୍ଗଲରେ ଏହି ଦୁର୍ଲଭ ଆଲୋକ ଦେଉଥିବା ଛତୁ ଦେଖିବାକୁ ମିଳିଛି । ରାତିର ଅନ୍ଧାରରେ ଏହା ହାଲକା ନୀଳ-ସବୁଜ ଓ ବାଇଗଣୀ ରଙ୍ଗରେ ଦୃଶ୍ୟ ହେଉଛି ।

ତେବେ ଏହି ଛତୁ ଦିନରେ ସାଧାରଣ ଛତୁ ପରି ରହିଥାଏ, କିନ୍ତୁ ରାତିରେ ଏଥିରୁ ଆଲୋକ ବାହାରିଥାଏ । ବନ୍ୟ ଜୀବ ବିଶେଷଜ୍ଞଙ୍କ କହିବା ମୁତାବକ, ଛତୁର ଏହି ପ୍ରଜାତିକୁ ମାଇସେନା ଜୀନସ କୁହାଯାଏ, ଯାହାକି ରାତିରେ ହାଲକା ଆଲୋକ ଦେଇଥାଏ ।

Get real time updates directly on you device, subscribe now.