fbpx

ଅଗ୍ନିଶମ ବିଭାଗରେ ଅଦଳବଦଳ

ଭୁବନେଶ୍ୱର,୨୧ା୧୧(ଓଡ଼ିଶା ଭାସ୍କର): ବରିଷ୍ଠ ଅଗ୍ନିଶମ ଅଧିକାରୀ ସ୍ତରରେ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ମହେଶ୍ୱର ସ୍ୱାଇଙ୍କଠୁ ଅଗ୍ନି ନିର୍ବାପନ ବିଭାଗ ଦାୟିତ୍ୱ ପ୍ରତ୍ୟାହୃତ ହୋଇଛି । ଅଗ୍ନି ନିର୍ବାପନ ବିଭାଗର ଅତିରିକ୍ତ ଦାୟିତ୍ୱରେ ସୁକାନ୍ତ ସେଠୀ ରହିବେ । ମୁଖ୍ୟ ଅଗ୍ନିଶମ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ମହେଶ୍ୱର ଥିଲେ । ଅଗ୍ନି ନିର୍ବାପନ ଶାଖା ଉପ ଅଗ୍ନିଶମ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କ ବଦଳି ହୋଇଛି । ଜିଲ୍ଲା ଅଗ୍ନିଶମ ଅଧିକାରୀ ଭାବେ ଭବାନୀପାଟ୍ଟଣାକୁ ଅରୁଣଙ୍କ ବଦଳି ହୋଇଛି । ଅରୁଣଙ୍କ ବଦଳରେ ଡିଏଫଓ ହୋଇଛନ୍ତି ସଲିଲ ପ୍ରକାଶ କିଣ୍ଡୋ । ସଲିଲ ଭବାନୀପାଟଣା ସର୍କଲର ଜିଲ୍ଲା ଅଗ୍ନିଶମ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.