fbpx

ଚୀନର ଗୁଇନ୍ଦାଗିରି: ଲିଷ୍ଟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନଙ୍କ ନାଁ ସାମିଲ

ନୂଆଦିଲ୍ଲୀ,୧୪ ।୯: ୧୦ ହଜାରରୁ ଅଧିକ ଭାରତୀୟଙ୍କ ଗୁଇନ୍ଦାଗିରି କରୁଛି ଚୀନ । ଅନଲାଇନରେ ଚୀନ ଭାରତୀୟଙ୍କ ଗୁଇନ୍ଦାଗିରି କରୁଛି । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଜେଆଇ ରହିଛନ୍ତି । ଲିଷ୍ଟରେ ୫ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ, ୨୪ ଜଣ ମୁଖ୍ୟମନ୍ତ୍ରୀଙ୍କ ନାମ ରହିଛି । ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନାମ ବି ସାମିଲ ରହିଛି । ନେତା, ଖେଳାଳି, ବ୍ୟବସାୟୀଙ୍କ ଗୁଇନ୍ଦାଗିରି କରୁଛି ଚୀନ୍ । ଏହା ସହ ତାଲିକାରେ ଅଭିନେତା ଓ ମିଡିଆକର୍ମୀଙ୍କ ନାମ ବି ରହିଛି । ଚୀନର ଏହି ଲିଷ୍ଟରେ ୩୫୦ ସାଂସଦଙ୍କ ନାମ ରହିଛି । ଚୀନର ଗୁଇନ୍ଦାଗିରିକୁ ନେଇ ଲୋକସଭାରେ ନୋଟିସ କରିଛି କଂଗ୍ରେସ ।

Get real time updates directly on you device, subscribe now.