fbpx

୧୧ଶହ କୋଟିର ବନ୍ୟା ସହାୟତା ଦାବି

ଭୁବନେଶ୍ୱର,୧୭/୯(ଓଡିଶା ଭାସ୍କର): ବନ୍ୟା କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍‌ ସହ ଆଲୋଚନା ଶେଷ ହୋଇଛି । ରାଜ୍ୟରେ କ୍ଷୟକ୍ଷତି ନେଇ ଟିମକୁ ଅବଗତ କରିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟର ବନ୍ୟା ମୁକାବିଲା ପଦକ୍ଷେପକୁ ନେଇ ଓଡିଶା ସରକାରଙ୍କୁ ପ୍ରଶଂସା କରିଛି କେନ୍ଦ୍ରୀୟ ଟିମ । ଏହା ସହ ରାଜ୍ୟକୁ SDRF ସହାୟତା ସହ ଭିତ୍ତିଭୂମି ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛି ଟିମ ।

ତେବେ ନୂଆ ନଦୀବନ୍ଧ ଓ ବନ୍ୟା ନିରୋଧୀ ଘର ତିଆରି ପାଇଁ ରାଜ୍ୟ ସହାୟତା ଦାବି କରିଛି । ୧୮ ଜିଲ୍ଲାର ୬ ହଜାର ୬୬ଟି ଗାଁ ପ୍ରଭାବିତ ହୋଇଥିବା ସରକାର ତଥ୍ୟ ଦେଇଛନ୍ତି । ୨.୨୫ ଲକ୍ଷ ହେକ୍ଟର ଚାଷ ଜମିରେ ୩୩%ରୁ ଅଧିକ ଫସଲ କ୍ଷତି ହୋଇଛି । ୧ ଲକ୍ଷ ୨୦ ହଜାର ଘର ବନ୍ୟାରେ ପ୍ରଭାବିତ ହୋଇଛି। ୩୦ ଜଣ ଲୋକ ଓ ୩୦,୬୫୪ ଗୋରୁ ପ୍ରାଣ ହରାଇଥିବା ସୂଚନା ମିଳିଛି । ବୈଠକରେ ୧୧ ଶହ କୋଟିର ବନ୍ୟା କ୍ଷତିପୂରଣ ସହାୟତା ଦାବି କରିଛି ରାଜ୍ୟ ।

Get real time updates directly on you device, subscribe now.