fbpx

୧୨୪ ବର୍ଷ ପରେ ଚମୋଲୀ ପାହାଡରେ ଦେଖାଗଲା ଦୁଲର୍ଭ ଫୁଲ

ଦୀର୍ଘ ୧୨୪ ବର୍ଷ ପରେ ହିମାଳୟ କରିସରରେ ଦେଖାଗଲା ଏକ ବିରଳ ପ୍ରଜାତିର ଫୁଲ । ବୈଜ୍ଞାନିକମାନେ ଏହି ଫୁଲକୁ ଲିପାରିସ୍ ପାଇଗମା ଭାବରେ ଚିହ୍ନଟ କରିଛନ୍ତି । ସିକ୍କିମ ଓ ପଶ୍ଚିମବଙ୍ଗରେ ଏହି ଫୁଲ ପ୍ରାୟ ୧୦୦ ବର୍ଷ ପୂର୍ବରୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସମୟରେ ଏହି ଫୁଲ ପଶ୍ଚିମ ହିମାଳୟର ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଦେଖିବାକୁ ମିଳିଛି । ଦୁଇମାସ ପୂର୍ବେ ଦୁଇଜଣ ବନ ଅଧିକାରୀ ଏହି ଫୁଲ ଦେଖିଥିଲେ ।

 

ତେବେ ଭାରତୀୟ ବଟାନିକାଲ ସର୍ଭେ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ଏହି ଫୁଲର ଅଧ୍ୟୟନ କରିଥିଲେ । ବିଶ୍ୱରେ ପ୍ରାୟ ୩୨୦ ପ୍ରଜାତିର ଲିପାରିସ୍ ପାଇଗମା ଅଛି, ଯେଉଁଥିରୁ ପ୍ରାୟ ୪୮ଟି ପ୍ରଜାତିର ଫୁଲ ଭାରତରେ ରହିଛି । ଏଥିମଧ୍ୟରୁ ପଶ୍ଚିମ ହିମାଳୟରେ ୧୦ଟି ପ୍ରଜାତିର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.