fbpx

ବିଭିନ୍ନ କୃଷିଜାତ ପଦାର୍ଥର ବଢ଼ିଲା ଏମଏସପି

ନୂଆଦିଲ୍ଲୀ, ୨୧ା୯: ବିଭିନ୍ନ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ଏମଏସପି ବଢ଼ିଛି । କେନ୍ଦ୍ର ସରକାର ଏମଏସପି ବଢ଼ାଇଥିବା ନେଇ ବିଜେପି ସଭାପତି ଜେପି ନଡ୍ଡା ସୂଚନା ଦେଇଛନ୍ତି । ଗହମର ଏମଏସପି ୫୦ଟଙ୍କା ବଢ଼ି କୁଇଣ୍ଟାଲ ପିଛା ୧୭୯୫ଟଙ୍କା ହୋଇଛି । ସେହିପରି ଯଅର ଏମଏସପି ୭୫ଟଙ୍କା ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୧୬୦୦ଟଙ୍କା, ଚଣାର ଏମଏସପି ୨୨୫ଟଙ୍କା ବଢ଼ି କ୍ୱିଣ୍ଟାଲ ପିଛା ୫୧୦୦ ଟଙ୍କା, ମସୁରର ଏମଏସପି ୩୦୦ଟଙ୍କା ବଢ଼ି କ୍ୱିଣ୍ଟାଲ ପିଛା ୫୧୦୦ ଟଙ୍କା, ସୋରିଷ ୨୨୫ଟଙ୍କା ବଢ଼ି ୪୬୫୦ଟଙ୍କା, କୁସୁମର ଏମଏସପି ୧୧୨ଟଙ୍କା ବଢ଼ି କ୍ୱିଣ୍ଟାଲ ପିଛା ୫୩୨୭ ଟଙ୍କା ହୋଇଛି ।

Get real time updates directly on you device, subscribe now.