fbpx

ନବୀନଙ୍କ ଡିଜିଟାଲ ପ୍ରଚାର

ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଏହାରି ମଧ୍ୟରେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନବୀନ ନିବାସରୁ ଡିଜିଟାଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି ଯେ, ‘ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଏଥିପାଇଁ କୋଭିଡ ଯୋଦ୍ଧା ଓ ଆପଣମାନଙ୍କ ସହଯୋଗ ପାଇଁ ଧନ୍ୟବାଦ । ତିର୍ତ୍ତୋଲର ବିକାଶ ନେଇ ବିଷ୍ଣୁ ବାବୁ ମୋତେ ବହୁବାର ଭେଟିଥିଲେ । ତିର୍ତ୍ତୋଲବାସୀ ସବୁବେଳେ ବିଜୁ ପରିବାର ସହ ରହିଆସିଛନ୍ତି । ତିର୍ତ୍ତୋଲରେ ଅନେକ ବିକାଶମୂଳକ ପଦକ୍ଷେପ ନିଆଯାଇଛି । ତିର୍ତ୍ତୋଲ ଅଞ୍ଚଳରେ ମିଶନଶକ୍ତିର ମା’ମାନେ ବହୁ ଭଲ କାମ କରିଛନ୍ତି ।’

Get real time updates directly on you device, subscribe now.