fbpx

ବ୍ଲକରେ ପଶି ପିଟିଲେ ମହିଳା, ୬ ଆହତ

ଭଦ୍ରକ,୨୮ ।୧୦(ଓଡିଶା ଭାସ୍କର): ଭଦ୍ରକ ବନ୍ତ ବ୍ଲକ ଅଫିସ ଭିତରେ ପଶି ମାରପିଟ୍ କରିଛନ୍ତି ମହିଳା ମହାସଂଘ ସଦସ୍ୟା । ୨୦ରୁ ଅଧିକ ସଦସ୍ୟା ପଶି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ପିଟିଛନ୍ତି । ମହାସଂଘ ସଦସ୍ୟାଙ୍କ ମାଡରେ ୨ ଜଣ ବ୍ଲକ କର୍ମଚାରୀ ଓ ୪ ପୋଲିସ ଆହତ ହୋଇଛନ୍ତି ।

ତେବେ ମହାସଂଘର ସଭାନେତ୍ରୀ ଓ ସମ୍ପାଦକଙ୍କୁ ବହିଷ୍କାର ପ୍ରତିବାଦରେ ଏହି ମାରପିଟ ହୋଇଥିଲା । ବହିଷ୍କାର ପ୍ରତିବାଦରେ ମହାସଂଘ ସଦସ୍ୟାମାନେ ଆଜି ବିକ୍ଷୋଭ କରିଥିଲେ । ବିକ୍ଷୋଭ କରୁଥିବା ମହିଳାମାନେ ବ୍ଲକ ଅଫିସରେ ପଶି ମାରପିଟ କରିଥିଲେ । ବିପିଏମ, ଓଏଲଏମ୍ ଏବଂ ୪ ପୋଲିସ କର୍ମଚାରୀଙ୍କୁ ଲହୁଲୁହାଣ କରିଥିଲେ ମହାସଂଘର ସଦସ୍ୟା ।

Get real time updates directly on you device, subscribe now.