fbpx

ପକ୍ଷ ରଖିଲେ ଜାଗୀ, ଅନ୍ୟପଟେ ସିଏଫଓଙ୍କ ଜାମିନ ଆବେଦନର ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର,୫ ।୧୧(ଓଡିଶା ଭାସ୍କର): ନାବାଳିକା ଗଣଦୁଷ୍କର୍ମ ମାମଲାରେ ପକ୍ଷ ରଖିଛନ୍ତି ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା । ଓଏସପିଆରସି ପାଖରେ ଜାଗୀ ପକ୍ଷ ରଖିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ପକ୍ଷ ରଖିବାକୁ ପୂର୍ବରୁ କୁହାଯାଇଥିଲା ।

ଅନ୍ୟପଟେ ଓଟିଭି ସିଏଫଓଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ଆସନ୍ତା ୯ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ । ଜାମିନ ଆବେଦନ ଶୁଣାଣି ସେସନ ଜଜ୍ କୋର୍ଟରେ ହେବାର ଥିଲା । ୨୨ ଅଭିଯୋଗକାରୀଙ୍କ ନିକଟକୁ ସଠିକ୍ ଭାବେ ନୋଟିସ୍ ଯାଇପାରିନି । ସେଥିପାଇଁ ଆଜି ଶୁଣାଣି ପାଇଁ ବିଳମ୍ବ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.