fbpx

ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ପାଇଁ ପ୍ରସ୍ତୁତି, ଆକାଶରେ ବାୟୁସେନାର ପଇଁତରା

ମାଲକାନିଗିରି, ୭ ।୧୧(ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାଓବାଦୀଙ୍କ ଉପରେ ନଜର ରଖିଛି ବାୟୁସେନାର ସ୍ୱତନ୍ତ୍ର ହେଲିକାପ୍ଟର । ସ୍ୱାଭିମାନ ଅଞ୍ଚଳ ଆକାଶରେ ପଇଁତରା ମାରୁଛି ବାୟୁସେନାର ୨ ଟି ବିମାନ । ମାଓ ଦମନ ପାଇଁ ପୋଲିସ ନୂଆ ରଣନୀତି ପ୍ରସ୍ତୁତ କରିଛି । ଗତକାଲି ବିଏସଏଫ ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ଡିଆଇଜି ଓ ଏସପି । ଗୋରସେତୁ ବିଏସଏଫ୍ ଶିବିରରେ ମାଓ ଦମନ ନେଇ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.