fbpx

ଏଥର ୫ଟି ଜାଗାରେ ଇକୋ ରିଟ୍ରିଟ୍

ଭୁବନେଶ୍ୱର,୧୧/୧୧(ଓଡିଶା ଭାସ୍କର): ଏଥର ରାଜ୍ୟର ୫ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍ ।କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗବାଡି ଓ ସାତକୋଶିଆରେ ହେବ। ପରିବେଶ ପର୍ଯ୍ୟଟନ ପାଇଁ ବୁକିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଗାମୀ ୩ ମାସ ଧରି ଇକୋ ରିଟ୍ରିଟ୍ ଚାଲିବ। ବର୍ଷକ ତଳେ କେବଳ କୋଣାର୍କରେ ଇକୋ ରିଟ୍ରିଟ୍ ସୁବିଧା ଆରମ୍ଭ ହୋଇଥିଲା।

ଲୋଗୋ ଉନ୍ମୋଚନ ଓ ବୁକିଂ ଶୁଭାରମ୍ଭ ଅବସରରେ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଆଶ୍ୱସ୍ତିର ବାର୍ତ୍ତା ଦେଇଛନ୍ତି ନବୀନ।

Get real time updates directly on you device, subscribe now.