fbpx

ଭିଜିଲାନ୍ସ ଜାଲରେ କିରାଣି

ଯାଜପୁର,୧୨।୧୧(ଓଡିଶା ଭାସ୍କର): ଯାଜପୁର ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସର କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରତ୍ନାକର ମହାନ୍ତିଙ୍କ ଚହଟା ବାସଭବନ ସମେତ ତାଙ୍କ କାର୍ଯ୍ୟାଳୟ, ଶଶ୍ୱର ଘରରେ ଆଜି ଭୋରୁ ଭୋରୁ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ ରେଡ୍ କରିଛି ।

ତେବେ ଚଢାଉ ବେଳେ ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଏହା ସହ ନଗଦ ଟଙ୍କା, ସୁନାଗହଣା ଓ ବ୍ୟାଙ୍କ ପାସବୁକ ମଧ୍ୟ ଜବତ କରାଯାଇଛି । ଏବେ ବି ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି ।

Get real time updates directly on you device, subscribe now.