fbpx

କେନ୍ଦୁଝରରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର,୪ା୧(ଓଡ଼ିଶା ଭାସ୍କର): ରାଜ୍ୟ ହେଉ କିମ୍ବା ଦେଶ ଚାରିଆଡ଼େ ବର୍ତ୍ତମାନ ଦୁଷ୍କର୍ମ, ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ କେନ୍ଦୁଝରର ଝୁମ୍ପୁରାରେ ପୁଣି ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଦୁଇ ଦୁବୃର୍ତ୍ତ ନାବାଳିକା ଜଣଙ୍କୁ ହାଟରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାସହ ଅପହରଣ କରିବା ବେଳେ ଦୁର୍ଘଟଣାରେ ନାବାଳିକା ଜଣକ ଗୁରୁତର ହୋଇ ଯାଇଛନ୍ତି । ଏନେଇ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.