fbpx

ଦିନିକିଆର ପ୍ରତିଶୋଧ ଟି-୨୦ରେ ନେବ ଭାରତ

କାନବେରା, ୪ା୧୨: ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଦିନିକିଆ ସିରିଜରେ ୨-୧ରେ ପରାଜିତ ହୋଇଥିଲା । ତେବେ ଆଜିଠାରୁ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି । ଆଜିର ମ୍ୟାଚ କାନବେରାର ମନୁକା ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବ । ଏନେଇ ପ୍ରତିପକ୍ଷ କଙ୍ଗାରୁ ଦଳକୁ ମାତ୍ ଦେବାକୁ ବିରାଟ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ଅନ୍ତିମ ଦିନିକିଆରେ ଭାରତ ଅଷ୍ଟ୍ରେଲିଆକୁ ୧୩ ରନରେ ପରାଜିତ କରିଥିବାରୁ ଭାରତୀୟ ଦଳର ଆତ୍ମବିଶ୍ୱାସ ଫେରିପାଇଛି । ପୂର୍ବରୁ ଟି-୨୦ ପାଇଁ ଘୋଷିତ ହୋଇଥିବା ଦଳକୁ ନେଇ ଭାରତ ପଡ଼ିଆକୁ ଓହ୍ଲାଇବ ବୋଲି ଟିମ୍ ମ୍ୟାନେଜର ପ୍ରକାଶ କରିଛନ୍ତି । ଦିନିକିଆରେ ୫ ନମ୍ବର ସ୍ଥାନରେ ଖେଳୁଥିବା କେଏଲ ରାହୁଲ ଟି-୨୦ରେ ଶିଖର ଧାୱନଙ୍କ ସହ ଓପନିଂ କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.