fbpx

ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ୫କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାରିପଦା, ୮ା୧(ଓଡ଼ିଶା ଭାସ୍କର): ମୟୁରଭଞ୍ଜର ବାଙ୍କୀଶୋଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ମୟୁରଭଞ୍ଜ ଜିଲ୍ଲା ପାଇଁ ୨୦୦କୋଟିର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାସହ ୫୦କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାରିପଦା ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ୫କୋଟିର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି ।

ବାରିପଦାରେ ଆଦାନି କିସ୍ ଆବାସିକ ସ୍କୁଲ ମଧ୍ୟ ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଶିକ୍ଷାକୁ ବିକାଶର ମୂଳମନ୍ତ୍ର ଓ ସଶକ୍ତୀକରଣ ମାଧ୍ୟମ କହିଛନ୍ତି ନବୀନ । ରାଜ୍ୟର ୬୫୦୦ ଛାତ୍ରାବାସରେ ୬ଲକ୍ଷ ଜନଜାତି ଛାତ୍ରଛାତ୍ରୀ ରହୁଛନ୍ତି ।

ଉଲ୍ଳେଖଯୋଗ୍ୟ ଯେ ଆଜି ବାରିପଦା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଡ଼ା ସୁରକ୍ଷା ମଧ୍ୟରେ ସେ ବିମାନ ବନ୍ଦରକୁ ଯାଇ ବାରିପଦା ଗସ୍ତ କରିଛନ୍ତି ।

Get real time updates directly on you device, subscribe now.