fbpx

କୁଚକ୍ରାନ୍ତ ବିରୁଦ୍ଧରେ ସତ୍ୟର ଜିତ୍ : ମୁକ୍ତି ପାଇଲେ ଆଦିବାସୀ ଚାଷୀ ଈଶ୍ବର ଦୁରୁଆ

ମାଲକାନଗିରି,20/12 : ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ତଣ୍ଡିକି ପଞ୍ଚୟତ ନିକଟସ୍ଥ ଏକ ଜଙ୍ଗଲ ଜମିକୁ ଚାଷ କରିବା ପାଇଁ ଜଣେ ଆଦିବାସୀ ଚାଷୀ ଲଟାବୁଦା ସଫାକରୁଥିବା ବେଳେ ସେହି ଗ୍ରାମର କେହି ଅଜ୍ଞାତ ବ୍ଯକ୍ତି ମନ୍ଦ ଉଦ୍ଦେଶ୍ଯ ରଖି ଭୁବନେଶ୍ବର ପିସିସିଏଫ ଅଫିସକୁ ଜଙ୍ଗଲ ରୁ ମୂଲ୍ଯବାନ ଗଛ କାଟିବା ସଂପର୍କରେ ମୋବାଇଲ ମାଧ୍ଯମରେ ସୂଚନା ଦେଇଥିଲେ !ଫଳରେ ମାଲକାନଗିରି ବନ କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇ ସଂପୃକ୍ତ ଆସାମୀକୁ ଧରି ଗତ କାଲି କଷ୍ଟୋଡିରେ ରଖି ତଦନ୍ତ କଲା ପରେ ଆଜି ସଂଧ୍ଯା ସମୟରେ ନିର୍ଦୋଶରି ଛାଡିଦେଇଥିବା ଜଣାପଡିଛି l
ଘଟଣାରୁ ପ୍ରକାଶ ଯେ ତଣ୍ଡିକି ପଞ୍ଚାୟତ ନିକଟସ୍ଥ ଚିଡିପାଲ୍ଲୀ ଗ୍ରାମର ଜନୈକ ଆଦିବାସୀ ସଂପ୍ରଦାୟର ଲୋକ ଈଶ୍ବର ଦୁରୁଆ ଗତ ୧୮ ତାରିଖ ଦିନ ନିଜ ଜଙ୍ଗଲ ପଟ୍ଟା ଜମିରେ ଲଟାବୁଦା ସଫା କରୁଥିବା ବେଳେ ତାଙ୍କର କେହି ଶତ୍ରୁ ବ୍ଯକ୍ତି ମାମଲାରେ ଛନ୍ଦିବା ପାଇଁ ଅତି ଚତୁରତା ସହ ଏକ ଅଭିନବ କୌଶଳ ପାଞ୍ଚି ସିଧା ଶଳଖ ଭୁବନେଶ୍ବର ପିସିସିଏଫ କାର୍ଯ୍ଯାଳୟକୁ ଫୋନ କରି କହିଲା ଯେ,ଚିଡିପାଲ୍ଲୀ ଗ୍ରାମର ଈଶ୍ବର ଦୁରୁଆ ଜଙ୍ଗଲରେ ପଶି ମୂଲ୍ଯବାନ କାଠ ହାଣୁଛି l ମାଲକାନଗିରି ବନ କର୍ମଚାରୀମାନେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି l ଫଳରେ ପିସିସିଏଫ କାର୍ଯ୍ଯାଳୟରୁ ତତକ୍ଷଣାତ୍ ଫୋନ ଆସିଲା ମାଲକାନଗିରି ଡିଏଫ ଅଫିସକୁ ଯେ ଚିଡିପାଲ୍ଲୀ ଜଙ୍ଗଲରେ ଗଛ କାଟୁଥିବା ଈଶ୍ବର ଦୁରୁଆ ନାମକ ଜନୈକ ଆସାମୀକୁ ତୁରନ୍ତ ଗିରଫ କରିବା ପାଇଁ l ସୂଚନା ପାଇ ମାଲକାନଗିରି ରେଞ୍ଜ ତରଫରୁ ଗତ କାଲି ସଂଧ୍ଯାରେ ଚିଡିପାଲ୍ଲୀ ଗ୍ରାମରୁ ଈଶ୍ବର ଦୁରୁଆକୁ ବନ କରମଚାରୀମାନେ ଅନୁସନ୍ଧନ କରି ଉଠାଇ ଆଣି କଷ୍ଟୋଡିରେ ରଖି ପଚରା ଉଚରା କରିଥିଲେ l ତଦନ୍ତରୁ ଜଣା ପଡିଛି ଯେ ,ଈଶ୍ବର ଦୁରୁଆ ସରକାରଙ୍କ ଦ୍ବାରା ଦିଯାଇଥିବା ଜଙ୍ଗଲ ଜମିରେ ଲଟାବୁଦା ଚାଷ କରିବା ଉଦ୍ଦେଶ୍ଯରେ ସଫାକରୁଥିଲା l ତେବେ କେହି ତା ପ୍ରତି ଶତ୍ରୁତା ଆଚରଣ କରି ଜେଲ ପଠାଇବା ପାଇଁ ଚକ୍ରାନ୍ତ କରିଥି ବା ସ୍ପଷ୍ଟ ହୋଇଥିଲା l ସରକାର ଆଦିବାସୀମାନଙ୍କୁ ଜଙ୍ଗଲ ଜମିରେ ଚାଷ କରିବା ପାଇଁ ପଟ୍ଟା ଦେଇଥିବା ବେଳେ କିପରି ଭୁଲ ବୁଝାମଣା ପାଇଁ ଜଣେ ଅମାୟିକ ସରଳ ଆଦିବାସୀ ଲୋକ କାଲି ସାରା ରାତି ଠାରୁ ଆଜି ଯାଏଁ ଶୀତ କାକରରେ ପଡି ରହି ହଇରାଣ ହରକତ ହେବାକୁ ପଡିଛି l ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଏବଂ ସମସ୍ତ ପ୍ରମାଣ କୁ ଭିତ୍ତି କରି ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ଆଦିବାସୀ ଚାଶୀ ଈଶ୍ବର ଦୁକୁଆକୁ ଦୋଶମୁକ୍ତ କରି ଆଜି ଅପରାହ୍ନରେ ଛାଡି ଦେଇଥିବା ଜଣା ପଡି

Get real time updates directly on you device, subscribe now.