fbpx

୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ୧୧ ସହର

ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ଥଣ୍ଡାର ପ୍ରକୋପ ରାଜ୍ୟର ବିଭିନ୍ନ ସହରରେ ପୂର୍ବପରି ଜାରି ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି ।

୫.୩ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହର ରୂପେ ପରିଗଣିତ ହୋଇଛି । ଅନ୍ୟ ସହରମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଓ କୋରାପୁଟ ୯, ତାଳଚେର ୯.୩, ସୋନପୁର ୯.୬, ବଲାଙ୍ଗିର ୯.୮, କେନ୍ଦୁଝର ୯.୪, ଭବାନିପାଟଣା ୯.୬, ଦାରିଙ୍ଗବାଡ଼ି ୭, ଝାରସୁଗୁଡ଼ା ୮.୨, ବାରିପଦା ୮.୫, କଟକ ୧୧.୫, ଭୁବନେଶ୍ୱରର ତାପମାତ୍ରା ୧୨.୨ ଡିଗ୍ରୀ ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.