fbpx

ବ୍ରିଟେନର ନୂଆ ଷ୍ଟ୍ରେନ୍: ଓଡିଶାରେ ୭ ଚିହ୍ନଟ

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ବ୍ରିଟେନରୁ ୧୮୮ ଜଣ ଓଡିଶା ଫେରିଛନ୍ତି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୧୮୮ ଜଣଙ୍କ ମଧ୍ୟରୁ ୧୭୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୦ ଜଣଙ୍କ ନମୂନା ପରୀକ୍ଷା ହୋଇଛି । ବ୍ରିଟେନ ଫେରନ୍ତା ଓ ତାଙ୍କ ସମ୍ପର୍କୀୟଙ୍କ ଆରଟିପିସିଆର ଟେଷ୍ଟ ହୋଇଛି । ମୋଟ ୨୦୪ ଜଣଙ୍କର ଆରଟି-ପିସିଆର ଟେଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବ୍ରିଟେନ ଫେରନ୍ତା ୪ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ୬ ଜଣଙ୍କର ଜିନମ ଷ୍ଟଡି ପାଇଁ ପଠାଯାଇଛି ।’

Get real time updates directly on you device, subscribe now.