fbpx
BSKY SKY
BSKY SKY

ଆପଣ ଡେସ୍କରେ ଘଣ୍ଟା ଘଣ୍ଟା ଧରି ବସି କାମ କରୁଛନ୍ତି କି, ତେବେ ହୋଇ ଯାଆନ୍ତୁ ସତର୍କ ନଚେତ ଏହି ରୋଗରେ ହୋଇପାରନ୍ତି ଆକ୍ରାନ୍ତ

BSKY

ଆପଣ ଘଣ୍ଟା ଘଣ୍ଟା ଧରି ଡେସ୍କରେ ଗୋଟିଏ ଜାଗାରେ ବସି ରହି କାମ କରୁଛନ୍ତି କି? ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ । ବିଶେଷଜ୍ଞଙ୍କ ମତରେ, ଦୀର୍ଘ ସମୟ ଧରି ଡେସ୍କରେ ବସି ରହି କାର୍ଯ୍ୟ କରିବା ଦ୍ୱାରା ଉଚ୍ଚ ରକ୍ତଚାପ, ମେଦବହୁଳତା, ମଧୁମେହ ଆଦି ରୋଗ ଆପଣଙ୍କୁ ଆକ୍ରାନ୍ତ କରିପାରେ । ତେଣୁ ଏପରି କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ଯଦ୍ୱାରା ଆପଣ ଅନେକ ରୋଗକୁ ଦୂରେଇ ପାରିବେ ।

ଗୋଟିଏ ଚେୟାରରେ ଅଧିକ ସମୟ ବସି କାମ କରିବା ଦ୍ୱାରା ଆମର ବେକ ଓ ଅଣ୍ଟା ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଏଥିପାଇଁ ଆମଣ ଉଚ୍ଚ ଟେବୁଲ ବ୍ୟବହାର କରିପାରିଲେ ଭଲ ।

ଜିମ ସେଣ୍ଟରରେ ମାନଙ୍କରେ ବ୍ୟବହୃତ ହେଉଥିବା ବ୍ୟାୟାମ ବଲର ବ୍ୟବହାର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହା ଆପଣଙ୍କ ଶରୀରର ମୂଳ ମାଂସପେଶୀକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ ।

ଅଫିସ ହେଉ ବା ଘର କାର୍ଯ୍ୟ କରିବା ସମୟରେ ବିରତି ନେବାକୁ ଜମାରୁ ଭୁଲନ୍ତୁ ନାହିଁ । ପ୍ରତି ଘଣ୍ଟାଏ ସମୟ ବ୍ୟବଧାନରେ କିଛି ସମୟ ପାଇଁ ଚାଲିବା ଅଭ୍ୟାସ କରନ୍ତୁ ।

କାମ କରିବା ସମୟରେ ଆପଣଙ୍କ ବସିବାର ସ୍ଥିତି ପ୍ରତି ଧ୍ୟାନ ଦିଅନ୍ତୁ । ବସିବା ସମୟରେ ମେରୁଦଣ୍ଡକୁ ସିଧା କରି ବସିବା ଉଚିତ ।

କାର୍ଯ୍ୟ କ୍ଷେତ୍ରରେ ଲିଫ୍ଟ ବଦଳରେ ସିଡ଼ିର ବ୍ୟବହାର କରନ୍ତୁ । ନିକଟସ୍ଥ କୌଣସି ସ୍ଥାନକୁ ଯିବାକୁ ହେଲେ ଗାଡ଼ି ବଦଳରେ ପାଦରେ ଚାଲି ଚାଲି ଯାଆନ୍ତୁ ।

Get real time updates directly on you device, subscribe now.