fbpx

ଶପଥ ନେଲେ ମୁଖ୍ୟ ବିଚାରପତି ଏସ.ମୁରଲୀଧର

ଭୁବନେଶ୍ୱର, ୪ା୧ (ଓଡିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଏସ.ମୁରଲୀଧର ଶପଥ ନେଇଛନ୍ତି । ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ମୁରଲୀଧର ହେଉଛନ୍ତି ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି । ଡିସେମ୍ବର ୧୪ ତାରିଖରେ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିଲେ । ଡିସେମ୍ବର ୩୧ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏସ. ମୁରଲୀଧର ଏହା ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ।

Get real time updates directly on you device, subscribe now.