fbpx

ପୁଣି ୫୦ ଡେଇଁଲା ସୁନା ଦର

ନୂଆଦିଲ୍ଲ,୪ ।୧: ଭାରତୀୟ ବଜାରରେ ସୁନା ମୂଲ୍ୟ ପୁଣି ଥରେ ବଢିଛି । ସୁନା ଦାମ ୧୦ ଗ୍ରାମ ପିଛା ପୁଣି ୫୦ ହଜାର ଅତିକ୍ରମ କରିଛି । ଦିଲ୍ଲୀ ବଜାରରେ ଆଜି ସୁନା ଦର ୧୦ ଗ୍ରାମ ପିଛା ୮୭୭ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପାର ଦାମ ଆଜି ୨୦୦୦ ଟଙ୍କା ବୃଦ୍ଧି ପାଇଛି । ଏକ କିଲୋଗ୍ରାମ ରୂପା ୧୦୧୨ ଟଙ୍କା ମହଙ୍ଗା ହୋଇଛି ।

ପୂର୍ବରୁ ଦିଲ୍ଲୀ ବଜାରରେ ସୁନା ଦର ୧୦ ଗ୍ରାମ ପିଛା ୪୯,୭୪୨ ଟଙ୍କା ଥିବା ବେଳେ ରୂପା ୬୭,୪୪୨ ଟଙ୍କା ଥିଲା । ସୂଚନା ମୁତାବକ, ଡଲାରର ଦୁର୍ବଳତା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଛି ।

ଆଜି ସୁନା ଦରରେ ୧୦ ଗ୍ରାମ ପିଛା ୮୭୭ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତାର ସୁନା ୧୦ ଗ୍ରାମ ପିଛା ୫୦,୬୧୯ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ରୂପା ମୂଲ୍ୟରେ ବୃଦ୍ଧି ଘଟିବା କାରଣରୁ ଏହା କିଲୋଗ୍ରାମ ପିଛା ୬୯,୪୫୪ ଟଙ୍କାରେ ପହଞ୍ଚିଛି ।

Get real time updates directly on you device, subscribe now.