fbpx

୧୬ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଯାଜପୁର, ୧୧ା୧(ଓଡ଼ିଶା ଭାସ୍କର): ଯାଜପୁର ବଡ଼ଚଣା କଡ଼େଇ ଛକ ନିକଟରେ ଏକ ଏଚ.ପି ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଛି । କଟକରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି । ଟ୍ୟାଙ୍କରର ଚାଳକ ସୁରକ୍ଷିତ ଅଛନ୍ତି । କିନ୍ତୁ ଗ୍ୟାସ ଟ୍ୟାଙ୍କର ଫାଟି ଗ୍ୟାସ ନିର୍ଗତ ହେଉଥିବାରୁ ଲୋକମାନେ ଭୟଭିତ ହୋଇଯାଇଛନ୍ତି । ସେଠାରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ ଟ୍ୟାଙ୍କରକୁ ପାଣି ପକାଉଛନ୍ତି । ଏହାସହ ଘଟଣାସ୍ଥଳରେ ବଡ଼ଚଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୧୬ନମ୍ବର ଜାତୀୟ ରାଜପଥରେ ଏହିପରି ଘଟଣା ହୋଇଥିବାରୁ ଏନେଇ ଗାଡ଼ିଚଳାଚଳ ସେହି ରାସ୍ତାରେ ବନ୍ଦ ରହିଛି ।

Get real time updates directly on you device, subscribe now.