fbpx

ମାହାଙ୍ଗା ମର୍ଡର କେସ୍: ହତ୍ୟା କରିଥିବା ସ୍ୱୀକାର କଲା ପଞ୍ଚାନନ

କଟକ,୬ ।୧(ଓଡିଶା ଭାସ୍କର): କଟକ ମାହାଙ୍ଗାରେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କ ମର୍ଡର କେସରେ ଆସିଛି ନୂଆ ତଥ୍ୟ । ସେମାନଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ପଞ୍ଚାନନ ସେଠୀ । କୋର୍ଟ ଚାଲାଣ ସମୟରେ ଅଭିଯୁକ୍ତ ଜଣକ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ଅଭିଯୁକ୍ତ ପଞ୍ଚାନନ କହିଛି ଯେ, ‘ପୂର୍ବରୁ କୁଳମଣି ଓ ତାଙ୍କ ପୁଅ ଲଙ୍ଗଳା କରି ଆକ୍ରମଣ କରିଥିଲେ । ତେଣୁ ଆକ୍ରୋଶରୁ ଆମେ ତାଙ୍କୁ ହତ୍ୟା କଲୁ ।’

ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ୪ଜଣଙ୍କୁ ଗିରଫ କରିଥିଲା ପୋଲିସ। ଗତକାଲି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏଟ କରିଥିଲା । ଲୁଚାଇଥିବା ହତିଆର ଧରି ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା ଅଭିଯୁକ୍ତ । ହତ୍ୟାକାଣ୍ଡରେ ବ୍ୟବହୃତ ହତିଆର, ବାଇକ୍‌, ମୋବାଇଲ ଓ ଅନ୍ୟ ସାମଗ୍ରୀ ଜବତ କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ। ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକରେ ଜଙ୍କୋଟି ଗାଁରୁ ନୃତାଙ୍ଗ ଫେରୁଥିବା ବେଳେ ୧୦-୧୨ଜଣ ଦୁର୍ବୃତ୍ତ ଆକ୍ରମଣ କରିଥଲେ। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ ବଡ଼ ମେଡିକାଲରେ ଦିବ୍ୟସିଂହ ପ୍ରାଣ ହରାଇଥିଲେ।

Get real time updates directly on you device, subscribe now.