fbpx

ଧୂମପାନ ଛାଡ଼ିବାକୁ ଛାହୁଁଛନ୍ତି କି, ଜାଣନ୍ତୁ ଏପରି କିଛି ଉପାୟ ବିଷୟରେ

ଆଜିର ଯୁବପୀଢ଼ିଙ୍କ ପାଇଁ ଧୂମପାନ ହେଉଛି ଏକ ମୁଖ୍ୟ ସମସ୍ୟା । ଏହାର କବଳରେ ପଡ଼ି ଅନେକଙ୍କ ଜୀବନହାନୀ ହେଉଥିବା ଦେଖାଯାଉଛି । ସମଗ୍ର ବିଶ୍ୱରେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୨ ପ୍ରତିଶତରେ ଭାରତରେ ରହିଛନ୍ତି । ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୪.୯ ମିଲିୟନ ଲୋକ ମୃତ୍ୟୁବରଣ କରୁଛନ୍ତି । ଧୂମପାନ କରିବା ସମୟରେ ନିର୍ଗତ ଧୂଆଁ ଆମର ଫୁସଫୁସ ପାଇଁ ବହୁତ କ୍ଷତିକାରକ । ଆଜି ଆମେ ଆପଣମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଅଛୁ, ଯାହାକୁ ପ୍ରୟୋଗ କରି ଆପଣମାନେ ଧୂମପାନ ନିଶାଠାରୁ ସହଜରେ ଦୂରେଇ ପାରିବେ ।

ଧୂମପାନ ନିଶାକୁ ତ୍ୟାଗ କରିବା କଷ୍ଟକର । ତେଣୁ ପ୍ରଥମେ ଏହାକୁ ଛାଡ଼ିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରନ୍ତୁ । କେଉଁ ସମୟରେ ଆପଣ ଧୂମପାନ କରନ୍ତି ତାହା ସ୍ଥିର କରନ୍ତୁ । ଧୂମପାନ ପ୍ରତି ନିଜର ନିର୍ଭରଶୀଳତାକୁ ଧୀରେ ଧୀରେ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ତେବେ ଏହା ଛାଡ଼ିବା ପାଇଁ ଆପଣ ବନ୍ଧୁଙ୍କ ସହିତ ବାଜି ଲଗାଇ ପାରନ୍ତି ।

ଅଁଳାରେ ଅତ୍ୟଧିକ ଭିଟାମିନ-ସି ରହିଥାଏ । ଏହା ଧୂମପାନ ଛାଡ଼ିବାରେ ସାହାଯ୍ୟ କରେ । ଭିଟାମିନ-ସି ନିକୋଟିନର ଇଚ୍ଛାକୁ ହ୍ରାସ କରିଥାଏ । ସେଥିପାଇଁ ଅଁଳା ଖଣ୍ଡରେ ଲୁଣ ମିଶାଇ ଖାଇବା ଉଚିତ ।

ଓଟସରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ, ଭିଟାମିନ-ବି ରହିଛି । ଏହା ଆମ ସ୍ନାୟୁ ପାଇଁ ଲାଭଦାୟକ ଅଟେ । ଓଟସ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିବା ସହ ଧୂମପାନ ଅଭ୍ୟାସକୁ ହ୍ରାସ କରିଥାଏ ।

ମହୁରେ ଭିଟାମିନ, ଏନଜାଇମ ଓ ପ୍ରୋଟିନ ଥାଏ । ଶୁଦ୍ଧ ମହୁ ବ୍ୟବହାର ଦ୍ୱାରା ଧୂମପାନ ଠାରୁ ଦୂରେଇ ହେବ । ଅଦାର ବ୍ୟବହାର ମଧ୍ୟ ଧୂମପାନ ଠାରୁ ଦୂରେଇ ଥାଏ ।

Get real time updates directly on you device, subscribe now.