fbpx

ପୁଣି କୁହୁଡ଼ି ସାଜିଲା କାଳ: ୧୩ ମୃତ ୧୮ ଆହତ

କୋଲକାତା, ୨୦ା୧ (ଓଡିଶା ଭାସ୍କର): ଗତକାଲି ଅହମ୍ମଦାବାଦରେ କୁହୁଡ଼ି କାରଣରୁ ଦୁର୍ଘଟଣା ଘଟି ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନୁରୂପ ଭାବେ ଆଜି ପଶ୍ଚିମବଙ୍ଗରେ କୁହୁଡ଼ି ଦ୍ୱାରା ଏକ ଦୁର୍ଘଟଣା ଘଟି ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଜଳପାଇଗୁଡ଼ିର ଜିଲ୍ଲା ଅନ୍ତର୍ଗତ ଧୂପଗୁଡ଼ି ଅଞ୍ଚଳରେ ଏହି ଦୁର୍ଘଟଣା ଘଟଛି । ମୃତକଙ୍କ ମଧ୍ୟରେ ୬ ମହିଳା, ୪ ଛୋଟପିଲା ଓ ଦୁଇ ପୁରୁଷ ରହିଛନ୍ତି । ସମସ୍ତେ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯିବା ସମୟରେ ଏହି ଦୁର୍ଘଟଣା ଘଯିଥିଲା । ଆହତଙ୍କୁ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ଗୋଟିଏ ପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଏକ କାର ଓ ଭ୍ୟାନ ଉପରେ ପଲଟି ପଡ଼ିଥିଲା । ଆବଶ୍ୟକତାଠାରୁ ଅଧିକ ପଥର ଓଭରଲୋଡିଂ ଯୋଗୁଁ ଟ୍ରକଟି ଭାରସାମ୍ୟ ହରାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.