fbpx

ପରଲୋକରେ ଅଭିନେତା ରବି ମିଶ୍ର

ଭୁବନେଶ୍ୱର, ୨୦ା୧ (ଓଡିଶା ଭାସ୍କର): ଓଲିଉଡ ଅଭିନେତା ରବି ମିଶ୍ରଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ୬୪ ବର୍ଷରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ବହୁ ଓଲିଉଡ ଅଭିନେତା, ଅଭିନେତ୍ରୀ ତଥା ସିନେପ୍ରେମୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ରବି ମିଶ୍ର ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ‘ଗୋପାଳ ରହସ୍ୟ’ ସିରିଏଲରେ ମୁଖ୍ୟ ଚରିତ୍ର ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ ।

Get real time updates directly on you device, subscribe now.