fbpx

ଦିଲ୍ଲୀ ହିଂସାକାଣ୍ଡ: ୧୫୫ ପୋଲିସ ଆହତ, ତଦନ୍ତ ପାଇଁ ଗଠନ ହେବ ଏସଆଇଟି

ନୂଆଦିଲ୍ଲୀ, ୨୭ା୧: କୃଷି ଆଇନକୁ ବିରୋଧ କରି ଗତକାଲି ସାଧାରଣତନ୍ତ୍ର ଦିବସରେ ଚାଷୀ ସଂଗଠନ ପକ୍ଷରୁ ଟ୍ରାକ୍ଟର ରାଲି କରାଯାଇଥିଲା । ତେବେ ଏହି ରାଲି ସମୟରେ ହିଂସାକାଣ୍ଡ ଘଟିଥିଲା । ତେବେ ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ୨୨ଟି ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯିବ ବୋଲି ସୂଚନା ମିଳିଛି ।

ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡରେ ୧୫୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ୨ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ୧୫ ସିଆରପିଏଫ୍ ମୁତୟନ ହୋଇଥିବା ବେଳେ ହରିଆଣା ଓ ପଞ୍ଜାବରେ ହାଇଆଲର୍ଟ ଜାରି କରାଯାଇଛି । ତେବେ ହିଂସାକାଣ୍ଡ ଭିଆଇଥିବା କୃଷକମାନଙ୍କୁ ସିସିଟିଭି ଫୁଟେଜରୁ ଚିହ୍ନଟ କରାଯାଉଥିବା ପୋଲିସ ସୂତ୍ରରୁ ପ୍ରକାଶ । ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବନ୍ଦ କରାଯାଇଥିବା ବେଳେ ଜାମା ମସଜିଦ ମେଟ୍ରୋ ଷ୍ଟେସନର ପ୍ରବେଶ ଗେଟ ମଧ୍ୟ ବନ୍ଦ କରାଯାଇଛି । ଏହି ଘଟଣାରେ ଆଜି ମଧ୍ୟ ପୋଲିସ କିଛି ମାମଲା ଦାୟ କରିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.