fbpx

ଚାଷୀ ଆନ୍ଦୋଳନରେ ଆସିଲା ନୂଆ ମୋଡ

ନୂଆଦିଲ୍ଲୀ,୨୭ ।୧: ଚାଷୀ ଆନ୍ଦୋଳନରେ ଆସିଛି ନୂଆ ମୋଡ । ଗତକାଲିର ହିଂସା ପରେ ଆନ୍ଦୋଳନରୁ ଓହରିଛନ୍ତି ଦୁଇଟି ଦୁଇଟି କୃଷକ ସଂଗଠନ । ରାଷ୍ଟ୍ରୀୟ କୃଷକ ମଜଦୁର ସଙ୍ଗଠନ ଓ ଭାରତୀୟ କିଷାନ ୟୁନିୟନ ଆନ୍ଦୋଳନରୁ ଓହରିଛନ୍ତି । ଗତ ୫୮ ଦିନ ପରେ ଆନ୍ଦୋଳନରୁ ଓହରିଛି ଭାରତୀୟ କିଷାନ ୟୁନିୟନ । ଗତକାଲିର ହିଂସାରେ ଆମେ ବହୁତ ମର୍ମାହତ ବୋଲି ଠାକୁର ଭାନୁପ୍ରତାପ ସିଂହ କହିଛନ୍ତି ।

ଚାଷୀ ଆନ୍ଦୋଳନରୁ ଓହରିବା ପରେ ରାଷ୍ଟ୍ରୀୟ କିଷାନ ମଜଦୁର ସଙ୍ଗଠନର ମୁଖ୍ୟ ବିଏମ ସିଂ ଘୋଷଣା କରି କହିଛନ୍ତି ଯେ, ‘ଆମେ ଆମର ଆନ୍ଦୋଳନ ଏଠାରେ ଶେଷ କରୁଛୁ । ଆମେ ଏଠାକୁ ମାଡ ଖାଇବାକୁ ଆସିନାହୁଁ । ଏହିପରି ରୂପେ ଆନ୍ଦୋଳନ ଚାଲିବ ନାହିଁ । ଆମେ ଦେଶକୁ ବଦନାମ କରିବାକୁ ଆସିନୁ । ଆଖୁ ଚାଷୀଙ୍କ ସମସ୍ୟା ଉଠାଇ ନାହାନ୍ତି ରାକେଶ ଟିକାୟତ ।’

Get real time updates directly on you device, subscribe now.