fbpx

ଝରାଫୁଲ ମୃତ୍ୟୁ ଘଟଣା: ଅଭିଯୁକ୍ତକୁ କୋର୍ଟଚାଲାଣ

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ କୋର୍ଟ ଚାଲାଣ କରିଛି କୁଆଖିଆ ଥାନା ପୋଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିଯୁକ୍ତ ହାଜର ହୋଇଛି । ଅଭିଯୁକ୍ତ ବିରୋଧରେ ୩୦୨,୨୦୧, ଏସସି/ଏସଟି ଆକ୍ଟ ଲାଗିଛି । ରାକେଶକୁ ୪ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଛି ।

ଅନ୍ୟପଟେ ଆଜି ଝରାଫୁଲ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ଆଉ ଏକ ସିସିଟିଭି ଭିଡିଓ । ଘଟଣାଦିନ ରାତିରେ ଖଣ୍ଡଗିରିର ଏକ ଗେଷ୍ଟ ହାଉସରେ ଝରାଫୁଲ ରହିଥିଲେ ବୋଲି ଜଣାପଡିଛି । ୨୬ ତାରିଖ ରାତିରେ ଧର୍ମବିହାର ଲେନ୍-୬ରେ ଥିବା ଗେଷ୍ଟହାଉସରେ ରହିଥିଲେ ଝରାଫୁଲ । ବନ୍ଧୁ ରାକେଶ ସ୍ୱାଇଁ ସହ ଝରାଫୁଲ ଗେଷ୍ଟ ହାଉସରେ ରହିଥିବା ସୂଚନା ମିଳିଛି । ସିସିଟିଭି ଫୁଟେଜରେ ଦୁଇଜଣ ଥିବା ଦୃଶ୍ୟ କଏଦ ହୋଇଛି । ଝରାଫୁଲଙ୍କୁ ସ୍କୁଟରରେ ନେଉଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି ।

Get real time updates directly on you device, subscribe now.