fbpx

ଟିକା ନେଲେ ପୋଲିସ ଡିଜିପି ଅଭୟ

କଟକ,୬ ।୨(ଓଡିଶା ଭାସ୍କର): କଟକରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଇଣ୍ଡୋର ଷ୍ଟାଡିୟମରେ ଟିକା ନେଇଛନ୍ତି ପୋଲିସ ଡିଜିପି ଅଭୟ । ତାଙ୍କ ସହ ଅଗ୍ନିଶମ ଡିଜି ମଧ୍ୟ ଟିକା ନେଇଛନ୍ତି । ଜିଲ୍ଲାପାଳଙ୍କ ଅଫିସରେ ଜିଲ୍ଲାପାଳ ଓ ଆରଡିସି ଟିକା ନେବେ । ସିଏମସି କଲ୍ୟାଣ ମଣ୍ଡପରେ ଟିକା ନେବେ ସିଏମସି କମିସନର ।

ତେବେ କଟକର ୧୧ଟି ପ୍ରତିଷ୍ଠାନରେ ୬୮୬୭ ପୋଲିସ କର୍ମଚାରୀ ଟିକା ନେବେ । କଟକ ନେତାଜୀ ଷ୍ଟାଡିୟମରେ ଟିକାକରଣ କେନ୍ଦ୍ର ହୋଇଛି । ସେହିପରି ଭୁବନେଶ୍ୱର ୧୯ଟି ପ୍ରତିଷ୍ଠାନର ୮୯୩୭ ପୋଲିସ କର୍ମଚାରୀ ଟିକା ନେବେ । ପୋଲିସ ରିଜର୍ଭ ହସ୍ପିଟାଲ, ସପ୍ତମ ବାଟାଲିୟନ ହସ୍ପିଟାଲରେ ଟିକା ଦିଆଯିବ । କମିସନର ପୋଲିସ ଅଫିସରେ ମଧ୍ୟ ଟିକାକରଣ ହେବ ।

Get real time updates directly on you device, subscribe now.