fbpx

ବିବିସି ଇଣ୍ଡିଆନ୍ ସ୍ପୋର୍ଟସ୍ ମହିଳା ଭାବେ ମନୋନୀତ ହେଲେ ଦୂତୀ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ଧାବିକା ଦୂତୀ ଚାନ୍ଦ ଚଳିତ ବର୍ଷ ପାଇଁ ବିବିସି ଇଣ୍ଡିଆନ ସ୍ପୋର୍ଟସ ମହିଳା ଭାବେ ମନୋନୀତ ହୋଇଛନ୍ତି । ଏହି ଅବସରରେ ଦୂତୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ମାର୍ଚ୍ଚ ୮ ତାରିଖରେ ସର୍ବସାଧାରଣ ଭୋଟ ପରେ ବିଜେତାଙ୍କ ନାମ ଘୋଷଣା କରାଯିବ ।

ତେବେ ଦୂତୀଙ୍କ ବ୍ୟତୀତ ଶୁଟର ମନୁ ଭକର, ହକି ଖେଳାଳି ରାଣୀ ରାମପାଲ, ରେସଲର ଭିନେଶ ପୋଗତ ଓ ଚେସ ଖେଳାଳି କୋନେରୁ ହମ୍ପି ଚଳିତ ବର୍ଷ ପାଇଁ ବିବିସି ଇଣ୍ଡିଆନ ସ୍ପୋର୍ଟସ୍ ପକ୍ଷରୁ ମନୋନୀତ ହୋଇଛନ୍ତି । ଗତବର୍ଷ ଠାରୁ ବ୍ରିଟିଶ ବ୍ରୋଡକାଷ୍ଟିଂ କର୍ପୋରେସନ (ବିବିସି) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ମହିଳା ଆଥଲେଟମାନଙ୍କୁ ସେମାନଙ୍କର କୃତିତ୍ୱ ପାଇଁ ପୁରସ୍କୃତ କରାଯାଇଥାଏ ।

ଏହି ଅବସରରେ ଦେଶର କ୍ରୀଡ଼ା ସାମ୍ବାଦିକ, ବିଶେଷଜ୍ଞ ଓ ଲେଖକମାନଙ୍କୁ ମନୋନୟନ କମିଟିରେ ରଖାଯାଇଥିଲା । ଆସନ୍ତା ୨୪ ତାରିଖ ମଧ୍ୟରେ ଜନସାଧାରଣ ଭୋଟିଂ କରିପାରିବେ । ତେବେ ମାର୍ଚ୍ଚ ମାସ ୮ ତାରିଖରେ ନୂଆଦିଲ୍ଲୀରେ ଏକ ଭର୍ଚୁଆଲ ସମାରୋହ ଓ ବିବିସି ସ୍ପୋର୍ଟସ ୱେବସାଇଟରେ ସମ୍ପୂର୍ଣ୍ଣ ତଥ୍ୟ ଘୋଷଣା କରାଯିବ ।

Get real time updates directly on you device, subscribe now.