fbpx

ହାତୀ ମାରି ଦାନ୍ତ ନେଇଗଲେ

ହିନ୍ଦୋଳ, ,୧୧ ।୨(ଓଡିଶା ଭାସ୍କର):ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ହାତୀ ଓ ମଣିଷ ମଧ୍ୟରେ ଲଢେଇ ଜାରି ରହିଛି।କିଛିଦିନ ତଳେ ହାତୀ ଆକ୍ରମଣରେ କାରନ୍ଦାର ରବି ରାଉଳଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଦିନ ହିନ୍ଦୋଳ ଓ ନରସିଂହ ପୁର ସିମାନ୍ତ ଅଞ୍ଚଳରେ ଅଜଣା ଶିକାରୀ ଫାସରେ ହାତୀ ଟିଏ ମୃତ୍ୟୁ ବରଣ କରିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ଅଞ୍ଚଳରେ ଦୁଇ ଶିକାରୀ ଓ ହାତୀ ସ୍କ୍ୱାର୍ଡଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏହି ଆକ୍ରମଣରେ ହାତୀ ସ୍କ୍ୱାର୍ଡ ଆହାତ ହୋଇ ଫେରି ଆସିଥିଲେ।
ଗତକାଲି ପୁଣି ଥରେ ହାତୀ ସ୍କ୍ୱାର୍ଡ ଦଳ ଉକ୍ତ ଅଞ୍ଚଳକୁ ଯାଇ ଦେଖିଥିଲେ ସେଠାରେ ଗୋଟିଏ ହାତୀ ମୃତ୍ୟୁ ବରଣ କରିଛି ତାର ଶୁଣ୍ଢ ଓ ଦାନ୍ତ ନଥିଲା।ଶିକାରୀଙ୍କ ଗୁଳିରେ ହାତୀ ଟି ମରିଥିବାର ସୂଚନା ମିଳୁଛି।ଉକ୍ତ ଘଟଣା ପରେ ଜିଲ୍ଲା ବନ ବିଭାଗ ଅଧିକାରୀ ଏକ ସ୍ବତନ୍ତ୍ର ଟିମ ଗଠନ କରିଛନ୍ତି।ଏହାର ତଦନ୍ତ କରି ଖୁବ୍ ଶୀଘ୍ର ଶିକାରୀଙ୍କୁ ଧରାଯିବ ବୋଲି କହିଛନ୍ତି।ଏହି ଘଟଣାରୁ ସ୍ପଷ୍ଟ ଅନୁମାନ କରାଯାଇ ପାରେ ଯେ ବନ ବିଭାଗର ଉଦାସୀନତା ଯୋଗୁଁ ଏହି ଭଳି ଘଟଣା ଘଟିଛୁ।ସରକାରଙ୍କ ଗଜବନ୍ଧୁ ଯୋଜନା କେଉଁଠି ନା କେଉଁଠି ଫେଲ ମାରିଛି ବୋଲି ସାଧାରଣରେ ଅସନ୍ତୋଷ ବ୍ୟକ୍ତ ହେଉଛି।

Get real time updates directly on you device, subscribe now.