fbpx

ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ

ପୁରୀ,୧୩ ।୨(ଓଡିଶା ଭାସ୍କର): ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହୋଇଛି । ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ପକ୍ଷ ମନ୍ଦିରର ଭିତର ଫଟୋ ଭାଇରାଲ ହୋଇଛି । ଇନଷ୍ଟାଗ୍ରାମରେ ଶ୍ରୀମନ୍ଦିର ଭିତରର ୨ଟି ଫଟୋ ଭାଇରାଲ ହୋଇଛି ।

ଏହା ପୂର୍ବରୁ ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲ୍ଫୀର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପିଣ୍ଟୁ ମହାପାତ୍ର ନାମକ ଯୁଵକ ନିଜ ଫେସବୁକ୍‌ ଆକାଉଣ୍ଟରେ ଏହି ଫଟୋ ଗତ ୧୯ ତାରିଖରେ ପୋଷ୍ଟ କରିଥିଲେ । ସେହିପରି ଦୁଇଜଣ ଯୁବତୀ ଶ୍ରୀମନ୍ଦିର ଭିତର ଭିଡିଓ ନିଜ ଟିକଟକ ଆକାଉଣ୍ଟରେ ଭାଇରାଲ କରିଥିଲେ । ଏହି ଘଟଣାରେ ନିରାକାରପୁର ଅଞ୍ଚଳର ଯୁବତୀଙ୍କୁ ଉଠାଇଆଣି ପରେ ପୋଲିସ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଥିଲା । ତେବେ ଶ୍ରୀମନ୍ଦିରକୁ ମୋବାଇଲ ଫୋନ ନେବା ସମ୍ପୂର୍ଣ୍ଣ ନିଷେଧ ଥିବା ବେଳେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Get real time updates directly on you device, subscribe now.