fbpx

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ, ୧୫ା୨ (ଓଡିଶା ଭାସ୍କର): ଆଜି ଅପରାହ୍ଣ ୫ଟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ନିଳାଦ୍ରି ଭକ୍ତ ନିବାସରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେବେ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ପ୍ରସ୍ତାବିତ ଉପନିୟମ ଉପରେ ନିନ୍ଦା ପ୍ରସ୍ତାବ ବୈଠକରେ ଅଣାଯିବ ବୋଲି କୁହାଯାଇଛି । ଏଥିସହ ପୌଷ ପୂର୍ଣ୍ଣିମା ଓ ସୁନାବେଶ ନୀତି ବିଶୃଙ୍ଖଳା ନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଏନଏମଏ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ବାଇ-ଲ’ ଜାରି କରିଥିଲେ । ସବୁ ମହଲରୁ ଏହାକୁ ବିରୋଧ ପରେ ବାଇ-ଲ’ ପ୍ରତ୍ୟାହାର କରାଯାଇଥିଲା । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଥିଲେ ।

Get real time updates directly on you device, subscribe now.