fbpx

ବଢ଼ିଲା ପ୍ରଥମ ଡୋଜର ଅବଧି: ଆଜିଠାରୁ କୋଭିଡ୍ ଟିକାର ଡୋଜ୍-୨

ଭୁବନେଶ୍ୱର, ୧୫ା୨ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟରେ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯିବ । ରାଜ୍ୟରେ ପୁଣି କୋଭିଡ ଟିକାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଅବଧି ବୃଦ୍ଧି କରାଯାଇଛି । ପ୍ରଥମ ଡୋଜ୍ ଟିକା ନେଇନଥିବା ସ୍ୱାସ୍ଥ୍ୟକର୍ମୀ ଆସନ୍ତା ୨୫ ତାରିଖ ସୁଦ୍ଧା ଟିକାକରଣ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ୨୮ ଦିନ ପୂର୍ବରୁ ପ୍ରଥମ ଡୋଜ୍ ନେଇଥିବା ସ୍ୱାସ୍ଥ୍ୟମାନେ ଟିକା ନେବାକୁ କୁହାଯାଇଛି । ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାର ଟିକାକରଣ କେନ୍ଦ୍ରରେ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସ ୧୬ ତାରିଖରୁ ସାରା ଦେଶରେ କୋଭିଡ୍ ଟିକାକରଣ ଆରମ୍ଭ କରାଯାଇଥିଲା । ଫେବୃଆରୀ ୧୩ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ସୁଦ୍ଧା ଅନେକ ଜିଲ୍ଲାର କିଛି ସ୍ୱାସ୍ଥ୍ୟ କର୍ମୀ ଏଯାଏଁ ଟିକା ନେଇନାହାନ୍ତି । ତେଣୁ ପ୍ରଥମ ଡୋଜ୍ ଟିକା ନେଇନଥିବା ସ୍ୱାସ୍ଥ୍ୟକର୍ମୀ ଫେବୃଆରୀ ୨୫ ତାରିଖ ସୁଦ୍ଧା ଟିକା ନେବାକୁ କୁହାଯାଇଛି ।

Get real time updates directly on you device, subscribe now.