fbpx

ଫାସଟ୍ୟାଗ୍ ନଥିଲେ ଡବଲ୍ ଫି: ଆଜି ମଧ୍ୟରାତ୍ରରୁ ହେବ ଲାଗୁ

ନୂଆଦିଲ୍ଲୀ, ୧୫ା୨: ଏଣିକି ଗାଡ଼ିରେ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ । ଗାଡ଼ିରେ ଫାସଟ୍ୟାଗ୍ ନଥିଲେ ଗଣିବାକୁ ହେବ ଡବଲ ଫାଇନ୍ । ଏହି ନିୟମ ଆଜି ମଧ୍ୟରାତ୍ରିରୁ ଲାଗୁ କରାଯିବ । ଫାସଟ୍ୟାଗ୍ ନଥିଲେ ଜାତୀୟ ରାଜପଥରେ ଗାଡ଼ି ଚାଳକମାନଙ୍କୁ ଡବଲ ଟୋଲ ଫି ଦେବାକୁ ପଡ଼ିବ । ତେବେ ଫାଷ୍ଟଟ୍ୟାଗ୍ ଲଗାଇବା ପାଇଁ ସମୟ ସୀମା ଆଉ ବୃଦ୍ଧି କରାଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏମ-୪ ବା ଅଧିକ ଚକ ବିଶିଷ୍ଟ ଯାତ୍ରୀବାହୀ ଯାନ, ଏନ-୪ ବା ଅଧିକ ଚକ ବିଶିଷ୍ଟ ମାଲବାହୀ ଯାନ ପାଇଁ ଏହି ନିୟମ ଲାଗୁ କରାଯାଇଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଟୋଲ ପ୍ଲାଜାମାନଙ୍କରେ ସମସ୍ତ ଲେନକୁ ଆଜି ମଧ୍ୟରାତ୍ରରୁ ଫାସଟ୍ୟାଗ୍ ଲେନ୍ ଭାବେ ଘୋଷଣା କରାଯିବ । ପୂର୍ବରୁ ଗାଡ଼ିରେ ଫାସଟ୍ୟାଗ୍ ଲଗାଇବା ସମୟସୀମା ଗତ ଜାନୁଆରୀ ୧ତାରିଖକୁ ଧାର୍ଯ୍ୟ ହୋଇଥିବା ସହ ପରବର୍ତ୍ତୀ ସମୟରେ ଫେବୃଆରୀ ୧୫କୁ ବୃଦ୍ଧି କରାଯାଇଥିଲା ।

Get real time updates directly on you device, subscribe now.