fbpx

ଏହି ରାଜ୍ୟରେ ପୁଣି ଲାଗୁ ହେବ ଲକ୍-ଡାଉନ, ଜାଣନ୍ତୁ କେଉଁଠି?

ମୁମ୍ବାଇ, ୧୬।୨: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ମହାରାଷ୍ଟ୍ରର କିଛି ଜିଲ୍ଲାରେ ସ୍ଥିତି ଅସମ୍ଭାଳ ରହିଛି । ଦିନକୁ ଦିନ ବୃଦ୍ଧି ହେଉଥିବା ମାମଲାକୁ ବିପଦ୍ଜନକ ଦର୍ଶାଇ ଉପ ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ସୋମବାର ଲୋକଙ୍କୁ ସତର୍କ କରାଇଛନ୍ତି । ଆଗକୁ ସରକାର କିଛି କଠୋର ନିଷ୍ପତ୍ତି ନେବାକୁ ଯାଉଛନ୍ତି । ତେଣୁ ଏଥିପ୍ରତି ଲୋକମାନେ ଆଗୁଆ ପ୍ରସ୍ତୁତ ରହିବା ପାଇଁ ସେ କହିଛନ୍ତି ।

ତେବେ ମହାମାରୀର ଦ୍ୱିତୀୟ ସଂକ୍ରମଣ ପରେ ବିଶ୍ୱର ଅନେକ ସ୍ଥାନରେ ଲକ୍‌ଡାଉନ୍ ପୁଣିଥରେ ଲାଗୁ କରାଯାଇଥିଲା । ଯଦି ପରିସ୍ଥିତି ଖରାପ ହୁଏ, ତେବେ ମହାରାଷ୍ଟ୍ରରେ ମଧ୍ୟ ଲକଡାଉନ ଲାଗୁ ହୋଇପାରେ ବୋଲି ଅଜିତ ପାୱାର କହିଛନ୍ତି। ପୂର୍ବ ମହାରାଷ୍ଟ୍ର ବିଦର୍ଭ କ୍ଷେତ୍ରର କିଛି ଜିଲ୍ଲାରେ ଖାସ୍‌ କରି ଅମରାବତୀ ଓ ନାଗପୁର, ତଥା ଉତ୍ତର ମହାରାଷ୍ଟ୍ରର ନିସିକ୍‌ରେ କିଛି ଦିନ ଧରି କରୋନାର ନୂଆ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା ହେବ ।

Get real time updates directly on you device, subscribe now.