fbpx

ନବମ ଦିନରେ ତୈଳ ଦରବୃଦ୍ଧି: ପେଟ୍ରୋଲ ତିନି ଅଙ୍କ ଟପିଲା

ନୂଆଦିଲ୍ଲୀ, ୧୭ା୨: ଦେଶରେ ଲଗାତର ତୈଳ ଦର ବଢ଼ିଚାଲିଛି । କ୍ରମାଗତ ଭାବେ ନବମ ଦିନ ପାଇଁ ଦେଶରେ ତୈଳ ଦଳ ବୃଦ୍ଧି ପାଇଛି । ରାଜସ୍ଥାନରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଅତିକ୍ରମ କରିଛି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଲିଟର ୧୦୦.୧୩ ଟଙ୍କା ଓ ଡିଜେଲ ଲିଟର ୯୨.୧୩ ଟଙ୍କା ରହିଛି ।

ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ୮୯.୫୪ ଟଙ୍କା ରହିଥିବା ବେଳେ ଡିଜେଲ ୭୯.୯୫ ଟଙ୍କା ରହିଛି । ମୁମ୍ବାଇରେ ଗତକାଲି ପେଟ୍ରୋଲ ଲିଟର ୯୫.୭୫ ରହିଥିବା ବେଳେ ଆଜି ୯୬ ଟଙ୍କାରେ ପହଞ୍ଚିଛି । କୋଲକତାରେ ପେଟ୍ରୋଲ ୯୦.୭୮ ଟଙ୍କା ଓ ଡିଜେଲ ଦର ୮୩.୫୪ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୪୧ ପଇସା ବୃଦ୍ଧି ପାଇ ଲିଟର ୯୦.୨୫ ଟଙ୍କାରେ ପହଞ୍ଚିଛି । ତୈଳ ଦର ବାରମ୍ବାର ବୃଦ୍ଧି ପାଇବା କାରଣରୁ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Get real time updates directly on you device, subscribe now.