fbpx

ସାନିଆ ମିର୍ଜା ହୋବର୍ଟ ଚାମ୍ପିଅନ

ନୂଆଦିଲ୍ଲୀ, ୧୮ା୧: ହୋବର୍ଟ ଅନ୍ତର୍ଜାତୀୟ ଟେନିସ ଟୁର୍ଣ୍ଣାମେଣ୍ଟରେ ସାନିଆ ସଫଳ ହୋଇଛନ୍ତି । ଡବଲସ ଫାଇନାଲରେ ଜିତିଛନ୍ତି ଭାରତୀୟ ଖେଳାଳି ସାନିଆ ମିର୍ଜା । ୟୁକ୍ରେନ୍ ଖେଳାଳି ନାଦିଆ କିତେନୋକ ସାନିଆଙ୍କ ପାର୍ଟନର ଥିଲେ । ସାଉଇ ପେଙ୍ଗ ଓ ସାଉଇ ଝାଙ୍ଗଙ୍କୁ ୬-୪, ୬-୪ ସେଟରେ ୧ଘଣ୍ଟା ୨୦ମିନିଟରେ ହରାଇଛନ୍ତି ସାନିଆ ଓ ତାଙ୍କ ପାର୍ଟନର । ସାନିଆ ମାଆ ହେବା ପାଇଁ ଆନ୍ତର୍ଜାତୀୟ ଟେନିସରୁ କିଛି ଦିନ ପାଇଁ ବିରତି ନେଇଥିଲେ । ସେ ମାଆ ହେବା ପରେ ଏହା ତାଙ୍କର ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଥିଲା।

Get real time updates directly on you device, subscribe now.