fbpx

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ସହିଦ

ଛତିଶଗଡ,୨୫ ।୨: ମାଲକାନଗିରି ସୀମାନ୍ତ ଛତିଶଗଡରେ ୨ଟି ଲ୍ୟାଣ୍ଡଲାଇନ ବିସ୍ଫୋରଣ ହୋଇଛି । ୨ଟି ପୃଥକ ବିସ୍ଫୋରଣରେ ୨ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡ ନାରାୟଣପୁରର ସୋନପୁରରେ ଡିଆରଜି ଯବାନ କନେର ଉସେଣ୍ଡି ସହିଦ ହୋଇଛନ୍ତି । ସୋନପୁରଠାରୁ ୩୦ କିଲୋମିଟର ଦୂରରେ ଅନ୍ୟ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଆଇଡି ବିସ୍ଫୋରଣରେ ଆଇଟିବିପି ଯବାନ ଏନ୍.ବାଲାଚାମୀ ସହିଦ ହୋଇଥିବା ଜଣାପଡିଛି । ସହିତ ୨ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସହିଦଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.