fbpx

‘ଯେଉଁମାନଙ୍କ ପାଖରେ ତେଲ ପାଇଁ ଅର୍ଥ ନାହିଁ, ସେମାନେ ସାଇକେଲ ଚଲାନ୍ତୁ’

ତେଲ ଦର ବୃଦ୍ଧିକୁ ନେଇ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର): ଦେଶରେ କ୍ରମାଗତ ଭାବେ ତୈଳ ଦର ବଢ଼ି ଚାଲିଛି । ଏହି ତୈଳ ଦର ବୃଦ୍ଧିକୁ ନେଇ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତୈଳ ଦର ବୃଦ୍ଧି ନେଇ ସାମ୍ବାଦିକମାନେ ବିଷ୍ଣୁଙ୍କୁ ପ୍ରଶ୍ନ କରିଥିଲେ । ବିଷ୍ଣୁ କହିଥିଲେ ଯେ, ତୈଳ ଦଳ ବୃଦ୍ଧି ବା ହ୍ରାସର ପ୍ରଭାବ ତାଙ୍କ ଉପରେ କିଛି ପଡ଼ୁ ନାହିଁ । ଦର ବୃଦ୍ଧିର ଅର୍ଥ ସାଧାରଣ ଜନତାଙ୍କ ବିକାଶରେ ବିନିଯୋଗ ହେଉଛି । ଜନସାଧାରଣ ଦର ବୃଦ୍ଧିକୁ ନେଇ ଆଦୌ ଅସନ୍ତୁଷ୍ଟ ନୁହନ୍ତି । ଯେଉଁମାନଙ୍କୁ ଦୈଳ ଦର ବାଧୁଛି, ସେମାନେ ଗାଡ଼ି ଚଳାଇବା ଛାଡ଼ି ଦିଅନ୍ତୁ, ସାଇକେଲ ଚଳାନ୍ତୁ ବୋଲି ବିଷ୍ଣୁ କହିଥିଲେ । ବିଧାୟକଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.