fbpx

ପୁଣି ମହଙ୍ଗା ହେଲା ରୋଷେଇ ଗ୍ୟାସ, ଜାଣନ୍ତୁ କେତେ

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ସାଧାରଣ ଲୋକଙ୍କୁ ଝଟକା । ପୁଣି ବଢିଛି ରୋଷେଇ ଗ୍ୟାସର ମୂଲ୍ୟ । ରୋଷେଇ ଗ୍ୟାସ ପୁଣି ୨୫ ଟଙ୍କା ମହଙ୍ଗା ହୋଇଛି । ଗୋଟିଏ ମାସରେ ୪ ଥର ବଢିଲାଣି ଏଲପିଜି ସିଲିଣ୍ଡର ଦର । ଭୁବନେଶ୍ୱରରେ ସିଲିଣ୍ଡର ଦର ୮୪୫ ଟଙ୍କା ୫୦ ଟଙ୍କା ବୃଦ୍ଧି ପାଇଛି । ଡିସେମ୍ବର ମାସ ପରେ ଏଲପିଜି ସିଲିଣ୍ଡର ୨୨୫ ଟଙ୍କା ବଢିଛି । ସବସିଡି ବାବଦରେ ଖାତାକୁ ମାତ୍ର ୧୩ ଟଙ୍କା ୯୫ ପଇସା ଆସୁଛି ।

ତେବେ ରାଜଧାନୀ ଦିଲ୍ଲୀରେ ୧୪.୨ କେଜିର ଏଲପିଜି ଗ୍ୟାସ ସିଲିଣ୍ଡର ଦର ୭୯୪ରୁ ବଢ଼ି ୮୧୯ ହୋଇଯାଇଛି। ମୁମ୍ବାଇରେ ୮୧୯, କୋଲକାତାରେ, ୮୪୫ ଓ ଚେନ୍ନାଇରେ ୮୩୫ ଟଙ୍କା ହୋଇଥିବା ଜଣାପଡ଼ିଛି।

Get real time updates directly on you device, subscribe now.